ଚୋରାରେ ଗଞ୍ଜେଇ ବେପାର କରୁଥିବା ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ. ମାଲାକାନଗିରି ଜିଲ୍ଲା ବାଲିମେଳାଠାରେ ଅର୍କେଲ ପୋଲିସ ଉକ୍ତ ମାଫିଆକୁ କେବେଠାରୁ ଖୋଜୁଥିଲା. ମାତ୍ର ସେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା. ସୂଚନାଯୋଗ୍ୟଯେ, ଗତ ନଭେମ୍ବର 5 ତାରିଖରେ ଏକ ଗାଡିରୁ 203 କେଜିର ଗଞ୍ଜେଇକୁ ଜବତ କରିଥିଲା ପୋଲିସ. ମାତ୍ର ଉକ୍ତ ମାଫିଆକୁ ଧରିବାରେ ସକ୍ଷମ ହୋଇପାରିନଥିଲା. ପରେ ଦୀର୍ଘ ଦିନର ବ୍ୟବଧାନ ପରେ ପୋଲିସ ଖବର ପାଇ ପୋଲିସ ଉତ୍ତରପ୍ରଦେଶର ଜଲମ ଜିଲ୍ଲା କାନପୁରରୁ କହ୍ନେୟା ପଲକୁ ଧରିବାରେ ସକ୍ଷମ ହୋଇଛି.

LEAVE A REPLY

Please enter your comment!
Please enter your name here