ଏଣିକି ମହଙ୍ଗା ପଡିବ ମହିଳାଙ୍କ ଭର୍ଜିନିଟି ଟେଷ୍ଟ. ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରାଇବା ପାଇଁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିଙ୍କୁ ମିଳିବ କଠିନରୁ କଠିନ ଦଣ୍ଡ. ମହାରାଷ୍ଟ୍ରର କିଛି ଜାଗାରେ ଏମିତି କିଛି ପରମ୍ପରା ଅଛି, ଯେଉଁଥିପାଇଁ ଗୋଟିଏ ଝିଅକୁ ବିବାହ ପୂର୍ବରୁ ପ୍ରମାଣ ଦେବାକୁ ହେବ ଯେ, ସେ କୁଆଁରୀ. ଏନେଇ ଗୃହ ରାଜ୍ୟମନ୍ତ୍ରୀ ରଞ୍ଜିତ ପାଟିଲ କିଛି ସାମାଜିକ ସଂଗଠନ ସହ ସାକ୍ଷାତ କରିଥିଲେ. ବିଧି ଏବଂ ନ୍ୟାୟ ବିଭାଗ ସହ ଆଲୋଚନା ପରେ ଏହାକୁ ନେଇ ନୋଟିସ ଜାରି କରାଯିବ, ଯେଉଁଥିରେ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା ହେବ. ମହିଳାଙ୍କ ସମ୍ମାନକୁ ଆଘାତ ପହଞ୍ଚାଉଥିବା ଏହି ପରମ୍ପରା କଞ୍ଜରଭାଟ ଓ ଅନ୍ୟ କିଛି ଅଞ୍ଚଳରେ ରହିଛି.