ଦୁନିଆର ପ୍ରମୁଖ ଅନ୍ତରୀକ୍ଷ ଏଜେନ୍ସି ନାସାରେ ପାଦ ରଖିବା ହେଉଛି ଏକ ସ୍ୱପ୍ନ. ବ୍ରହ୍ମାଣ୍ଡର ଅଧ୍ୟୟନ ଓ ଗଭୀର ଜାଗାରେ ଅନୁସନ୍ଧାନ କରିବା ପାଇଁ ଇଚ୍ଛା ରଖିଥିବା ହଜାର ହଜାର ଲୋକଙ୍କ ପାଇଁ ଏହା ଏକ ଅଧୁରା ସ୍ୱପ୍ନ ହୋଇ ରହିଛି. ଆଉ ଏଠାରେ ନିଜ କ୍ୟାରିୟର ବନାଇବା ପାଇଁ ଜଣଙ୍କୁ ଆବଶ୍ୟକତା ରହିଛି ଦୃଢ ସଂକଳ୍ପ ସହ ଧୈର୍ଯ୍ୟ ମଧ୍ୟ ରଖିବା ଦରକାର. ଆଉ ଯଦି ଆପଣ ଗୋଟିଏ ମଧ୍ୟମ ଧରଣର ପରିବାରରୁ ଆସିଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଆହୁରି କଠିନ ହୋଇଯିବ. ମାତ୍ର ଯାଜପୁର ଜିଲ୍ଲାର ଜଣେ ଦିନ ମଜୁରିଆଙ୍କ ପୁଅ ହେମନ୍ତ ଓଝା ଏ ସବୁକୁ ଭୁଲ ବୋଲି ପ୍ରମାଣ କରିଛନ୍ତି. ମାର୍ଚ୍ଚ ମାସରେ ସେ National Aeronautics and Space Administration (NASA) ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଯାଉଛନ୍ତି. ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାୟଚାନ୍ଦ ଗାଁର ହେମନ୍ତ ଏହି ଖବର ପାଇବା ପରେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି. ଏହାଛଡା ସେ ଏଲିଅନଙ୍କ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି. ଏଥିପାଇଁ ସେ କଠିନ ପରିଶ୍ରମ କରୁଥିଲେ. ଆଉ ଏହି ସଫଳତା ପାଇଁ ସେ ଭଗବାନଙ୍କ ସହ ନିଜ ବାପାମାଙ୍କୁ ଶ୍ରେୟ ଦେଇଛନ୍ତି.