ପୁଲଓ୍ଵାମା ଆତଙ୍କୀ ହମଲା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ ପରେ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ବଡ଼ ବୟାନ ଦେଇଛି। ସିଆରପିଏଫ କହିଛି ଯେ, ନା ଆମେ ଏହି ଘଟଣାକୁ ଭୁଲିବୁ ନା କ୍ଷମା କରିବୁ। ପ୍ରତିଶୋଧ ନେଇକି ହିଁ ରହିବୁ।

ପୁଲଓ୍ଵାମାରେ ହୋଇଥିବା ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। । ସିଆରପିଏଫ ନିଜର ବୟାନ ଜାରି କରିଛି ଯେ ଆମେ ଏହି ବର୍ବର ଘଟଣାକୁ ନା ଭୁଲିବୁ ନା କ୍ଷମା କରିବୁ। ଆମେ ପୁଲଓ୍ଵାମା ହମଲାରେ ନିଜର ସହିଦଙ୍କୁ ସଲାମ କରୁଛୁ ଏବଂ ସହିଦଙ୍କ ପରିଜନ ସହିତ ରହିଛୁ। ଏହି ଜଘନ୍ୟ ହମଲାର ପ୍ରତିଶୋଧ ନିଆଯିବ।

 

 

LEAVE A REPLY

Please enter your comment!
Please enter your name here