ଗତକାଲି ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ପିଛା ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି । ଏହା ସହିତ ଏହି ହମ୍‌ଲାରେ ମାଟି ମା’ ପାଇଁ ପ୍ରାଣ ବଳୀ ଦେଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଦୁଇ ଶହୀଦଙ୍କ ପରିବାର ଲୋକଙ୍କ ସହିତ ଟେଲିଫୋନ୍‌ରେ କଥା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here