ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ 44 ଯବାନ ସହୀଦ ହୋଇଥିବା ବେଳେ ସେଥିରେ ଥିଲେ ଦୁଇଜଣ ଓଡିଆ. ଦେଶପାଇଁ ଏହି ଯବାନଙ୍କ ବଳିଦାନକୁ ଆଜି ସମଗ୍ର ଦେଶ ଝୁରୁଛି. ଚାରିଆଡେ ଶୋକର ଛାୟା ଖେଳିଥିବା ବେଳେ ରାୟଗଡାସ୍ଥିତ ସିଆରପିଏଫର 4ର୍ଥ ବାଟାଲିଅନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. କାରଣ ଜଗତସିଂହର ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଦୀର୍ଘଦିନ ଧରି ରାୟଗଡାରେ କାର୍ଯ୍ୟରତ ଥିଲେ. ରାୟଗଡାରେ ଥିବା ବେଳେ ଅନେକଥର ମାଓବାଦୀ କମ୍ବିଂ ଅପରେସନରେ ଯାଇଥିଲେ.  ଗତ ଜୁନ ମାସରେ ତାଙ୍କର ଶ୍ରୀନଗର ବଦଳି ହୋଇଥିଲା. ଦୀର୍ଘ 27 ବର୍ଷ ଧରି ଦେଶପାଇଁ କାମ କରିବା ପରେ ଆଜି ସେ ସହୀଦ ହୋଇଯାଇଛନ୍ତି. ଏହାକୁ ନେଇ 4ର୍ଥ ବାଟାଲିଅନରେ ଯବାନମାନେ ଦୁଇଦିନ ଉପବାସରେ ଥିଲେ.

LEAVE A REPLY

Please enter your comment!
Please enter your name here