ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣାର ପଶ୍ଚିମଅଞ୍ଚଳରୁ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦକୁ ଗିରଫ କରିଛି ଓଡିଶା ପୋଲିସ । ଘରେ ଚଢାଉ କରି ୪୫ ଲକ୍ଷ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ଏମ.ଭି ପ୍ରସାଦଙ୍କର ୱେଲଫେର ଗ୍ରୁଫ ଅଫ କମ୍ପାନୀ ନାଁରେ ୧୨ ଶହ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ଓଡିଶା, ଆନ୍ଧ୍ର , ଛତିଶଗଡ ପ୍ରଭୃତି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନୀ ଟଙ୍କା ଠକିଥିବାର ଅଭିଯୋଗ ହୋଇଛି । ୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଆସୁଥିଲା । ପରେ ଏହି କମ୍ପାନୀ ଆଉ ଲୋକଙ୍କୁ ଟଙ୍କା ଫେରାଇନଥିଲା । ୨୦୦୯ରେ ଏମ.ଭି ପ୍ରସାଦ କଂଗ୍ରେସର ବିଧାୟକ ଥିଲେ । ଏବଂ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେର ଡେଭଲପମେଣ୍ଟ କର୍ପୋରେସନର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here