ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଜଣ ଯବାନ ସହିଦ ହେବା ଘଟଣା ନେଇ ପ୍ରବାସୀ ଭାରତୀୟ ଶୋକ ପ୍ରକାଶ କରିଛନ୍ତି. ଦୁବାଇସ୍ଥିତ ପ୍ରବାସୀ ଭାରତୀୟମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହମବତୀ ଲଗାଇ ବୀର ଯବାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି. ଆତଙ୍କବାଦ ବିଲୋପ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ କଡା ଜବାବ ଦେବା ପାଇଁ ସରକାର ପଦକ୍ଷେପ ନେବାକୁ ସେମାନେ ମତ ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here