ବିଜେପିରୁ ବହୁ ସମୟ ଧରି ନିଲମ୍ବିତ ଥିବା ସାଂସଦ କୀର୍ତ୍ତି ଆଜାଦ୍ କଂଗ୍ରେସ ରେ ଯୋଗଦେଲେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିିିତିରେ ସେ ଯୋଗ ଦେଇଛନ୍ତି । ଡିସେମ୍ବର ୨୩ ୨୦୧୫ ରେ ବିଜେପିରୁ ନିଲମ୍ବିତ ହୋଇଥିଲେ କୀର୍ତ୍ତି । କି୍ରକେଟରୁ ରାଜନୀତିରେ ପାଦ ଦେଇଥିବା କିର୍ତ୍ତି ଅଜାଦ୍ ବିହାର ର ଦରବଙ୍ଗା ର ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ଲଢି ୩ ଥର ପାଇଁ ମନୋନିତ ହୋଇଥିଲେ । ଫେବୃୟାରୀ ୧୫ ରେ ଆଜାଦ୍ କଂଗ୍ରେସ ରେ ମିଶିବା ପାଇଁ ତାଲିକା ପ୍ରସ୍ତୁତ କରିଥିଲେ କିନ୍ତୁ ପୁଲୱାମା ଆକ୍ରମଣ ପାଇଁ କଂଗ୍ରେସ ପକ୍ଷରୁ କାର୍ଯକ୍ରମ ସ୍ଥଗିତ କରାଯାଇଥିଲା । ତେଣୁ ଆଜି ସେ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍‌ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ କୀର୍ତ୍ତି ଆଜାଦ୍‌ ।

LEAVE A REPLY

Please enter your comment!
Please enter your name here