ଚୀନରେ କରୋନା ଭାଇରସ ଏବେ ଚିନ୍ତା ବଢାଇଲାଣି । କୋଭିଡ ଗାଇଡଲାଇନ୍ ଶେଷହେବା ପରେ କରୋନା ମାମଲା ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । କିଛିଦିନ ହେବ ଚୀନରେ ଲକ୍ଷେ ଲୋକ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଅନେକ ଲୋକ କରୋନାରେ ପ୍ରାଣ ମଧ୍ୟ ହରାଇଲେଣି । ଚୀନରେ ପରିସ୍ଥିତି ଏତେ ଗମ୍ଭୀର ଯେ, ହସ୍ପିଟାଲରେ ଆଡମିଟ୍ ହେବା ପାଇଁ ବେଡ୍ ମିଳୁନି ଏବଂ ରାଜଧାନୀ ବେଜିଂର ଶ୍ମଶାନରେ ନିଜର ପ୍ରିୟଜନଙ୍କ ଶବ ସତ୍କାର ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।
ଏଭଳି ସ୍ଥିତିକୁ ଦେଖି ଭାରତ ସମେତ ଦେଶଗୁଡିକ ଏବେ ଚିନ୍ତାରେ । ଭାରତର ଲୋକମାନେ ଭୟବୀତ ହୋଇଗଲେଣି । ତେବେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଭାରତରେ ଚୀନ ଭଳି ପରିସ୍ଥିତି ହେବାର ସମ୍ଭାବନା କମ୍ ।

LEAVE A REPLY

Please enter your comment!
Please enter your name here