ପୁଲୱାମା ଏନକାଉଣ୍ଟରରେ ଦୁଇଜଣ ଜୈସ ଇ ମହମ୍ମଦ ସଂଗଠନର ଆତଙ୍କବାଦୀ ନିହତ ହୋଇଥିବା ବେଳେ ଚାରିଜଣ ଯବାନ ସହିଦ ହୋଇଛନ୍ତି. ଏହି ଏନକାଉଣ୍ଟର ବେଳେ ଦୁଇଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି. ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳୁ ସିଆରପିଏଫ, ସେନାବାହିନୀ ଓ ଏସଓଜି ଯବାନଙ୍କ ମିଳିତ ଟିମ୍ ଆତଙ୍କବାଦୀ ଥିବା ଖବର ପାଇଁ ପୁଲୱାମା ଜିଲ୍ଲାର ଏକ ସ୍ଥାନକୁ ଘେରାଉ କରିଥିଲେ. ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି  ଗୁଳି ବିନିମୟ ହୋଇଥିଲା .  ଜୈସ ଇ  ମହମ୍ମଦ ଆତଙ୍କବାଦୀ ସଂଗଠନର ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି. ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ମେଜର ରହିଛନ୍ତି. ଯ଼ବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି.

LEAVE A REPLY

Please enter your comment!
Please enter your name here