ଜମ୍ମୁ କଶ୍ମୀରରେ ପାକିସ୍ତାନ ହାମଲାରେ ସହିଦ ହୋଇଥିବା ଯବାନ ରାଜେଶ ଯାଦବଙ୍କ ପତ୍ନି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି. ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇ ସେ ଭାବ ବିହୋଳ ହୋଇଯାଇଥିଲେ. ଆଉ କାନ୍ଦି କାନ୍ଦି କହିଥିଲେ ସେ ତାଙ୍କ ପୁଅକୁ ସ୍ୱାମୀଙ୍କ ଭଳି ଭାରତୀୟ ଯବାନ ବନାଇବେ. ଯାହାଫଳରେ ପାକିସ୍ତାନଠୁ ସେ ପ୍ରତିଶୋଧ ନେଇପାରିବେ. 

ସୂଚନା ଅନୁସାରେ,  ଉତ୍ତରପ୍ରଦେଶର ଏଟାରେ ରହୁଥିବା ଯବାନ ରାଜେଶ ଯାଦବ 5 ଡିସେମ୍ବର 2018ରେ ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ସହ କମ୍ବିଂ ଅପରେସନ ସମୟରେ ସହିଦ ହୋଇଥିଲେ. ସେହି ସମୟରେ ତାଙ୍କ ପତ୍ନି ଶ୍ୱେତା ଗର୍ଭବତୀ ଥିଲେ. ସ୍ୱାମୀ ସହିଦ ହେବା ପରେ ମଧ୍ୟ ସେ ଭାଙ୍ଗି ନଥିଲେ. ନିଜ ମନୋବଳକୁ ଦୃଢ କରି ସେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି.

ବର୍ତ୍ତମାନ ନିଜ ପୁଅକୁ ନେଇ ଶ୍ୱେତା ବହୁତ ଖୁସି ଅଛନ୍ତି. କାରଣ ସେ ତାଙ୍କ ପୁଅକୁ ଭାରତୀୟ ସୈନିକ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି. ‘ପୁଅକୁ ମୁଁ ହରେଇଛି ସତ. ହେଲେ ନାତି ରୂପରେ ମୋ ପୁଅକୁ ଫେରିଆସିଛି’ ବୋଲି କହିଛନ୍ତି ରାଜେଶଙ୍କ ପିତା ନେମା ସିଂହ.

LEAVE A REPLY

Please enter your comment!
Please enter your name here