ରିଲିଜ୍ ପାଇଁ ପୁରା ପ୍ରସ୍ତୁତ ଥିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନି ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ସେନସର ବୋର୍ଡ ଗ୍ରୀନ ସିଗନାଲ ପରେ ମଧ୍ୟ ରିଲିଜ ହେବନି ଫିଲ୍ମ । ଫିଲ୍ମ ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଥିବା ନେଇ ରିଲିଜ ଉପରେ ରୋକ୍ ଲଗାଇଛନ୍ତି ଆୟୋଗ। ନିର୍ବାଚନ ସମୟରେ ଏମିତି କୌଣସି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ଯାହା କୌଣସି ରାଜନୈତିକ ଦଳ କିମ୍ବା ରାଜନେତାଙ୍କୁ ଫାଇଦା ଦେବ ବୋଲି ଆୟୋଗ ସୁଚନା ଦେଇଛନ୍ତି । ସୁଚନାଅନୁସାରେ, ଏପ୍ରିଲ ୧୧ରେ ଫିଲ୍ମ ରିଲିଜ୍ ହେବାର ଥିଲା। ଫିଲ୍ମରେ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ନଜର ଆସିଛନ୍ତି।

LEAVE A REPLY

Please enter your comment!
Please enter your name here