ନିଯୁକ୍ତି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବର୍ଷକୁ ୨ କୋଟି ନିଯୁକ୍ତି ୫ ବର୍ଷ ମଧ୍ୟରେ ଦେଶରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ ମିଳିଛି ମାତ୍ର ୩୬ ଲକ୍ଷ ଚାକିରି । ଏହାସହ ଦେଶରେ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି ବେକାରୀ ହାର । ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି କେବଳ ମୋଦୀ ସରକାରଙ୍କ ନୋଟ୍ ବନ୍ଦୀ ଖାଇଛି ୧୫ ଲକ୍ଷ ଚାକିରି । ତଥାପି ମୁହଁଟାଣ ଛାଡ଼ି ପାରୁନି ବିଜେପି ସରକାର । ଦେଶର ଅର୍ଥନୀତି ଏବେ ନିଯୁକ୍ତି ବିହୀନ ଅଭିବୃଦ୍ଧି ଦେଇ ଗତି କରୁଛି ବୋଲି ଏହି ସବୁ ଚିତ୍ର ଏବେ ପ୍ରମାଣିତ ହେଉଛି । ଦେଶର ଯୁବପିଢ଼ୀ ଆଜି ବେକାରୀ ସମସ୍ୟାରେ ପେଶି ହେଉଛନ୍ତି ।
ଅନ୍ୟପଟେ ମୋଦି ସରକାର ଉଚ୍ଚ ଅର୍ଥନୀତିକୁ ଜାବୁଡ଼ି ଧରି ପ୍ରଶଂସାର ଯୋଗ୍ୟ ହେବାକୁ ଯୋଜନା ଚଳାଇଛନ୍ତି । ଓଡ଼ିଶାର ଯୁବପୀଢ଼ିଙ୍କୁ ମେକ୍ ଇନ୍ ଓଡ଼ିଶା ଦେଖାଇଛି ନୂଆ ରାହା ।