ମହୁମାଛି ଦେଖିଲେ ଲୋକେ ଡରି ଯାଆନ୍ତି I ମହୁମାଛି କାମୁଡିଦେଲେ ଭୟଙ୍କର ଯନ୍ତ୍ରଣା ହୁଏ I ମାତ୍ର ଏ ଦୃଶ୍ୟ ଦେଖନ୍ତୁ, ଏ ବ୍ୟକ୍ତିଙ୍କ ଦେହରେ ମହୁମାଛି ବସିଛନ୍ତି, ଆଉ ସେ ଭୟଭୀତ ନ ହୋଇ ମହୁମାଛିଙ୍କର ମଜା ନେଉଛନ୍ତି I ଆପଣ ଭାବୁଥିବେ କୌଣସି ରେକର୍ଡ କରିବା ପାଇଁ ବ୍ୟକ୍ତିଜଣକ ଏଭଳି କରୁଥିବେ I ମାତ୍ର ସେମିତି କିଛି ରେକର୍ଡ କରିବାର ନିଶା ଏ ବ୍ୟକ୍ତିଙ୍କର ନାହିଁ I ଏ ବାବୁ ହେଲେ ବାଲେଶ୍ବର ଜିଲ୍ଲା ନୀଳଗିରୀ ଥାନା ଅଧୀନସ୍ଥ ତରତୁଆ ଗ୍ରାମର ଟୁକାରାମ I ଟୁକାରାମଙ୍କ କହିବା କଥା, ସେ ବିଲରେ ଚାଷ କାମ ଦେଖିବା ପାଇଁ ଯାଇଥିଲେ I ରାସ୍ତା କଡ଼ରେ ବାଇକ ରଖି ଚାଷଜମିକୁ ଯାଉଥିବା ବେଳେ ଏହି ସମୟରେ ଦଳ ଛାଡ଼ି ଉଡି ଆସୁଥିବା ମହୁମାଛି ପଲ ଭିତରେ ରହିଯାଇଥିଲେ ଟୁକା ରାମ I ପ୍ରଥମେ ରାଣୀ ମହୁମାଛିଟି ଟୁକlରାମଙ୍କ ଉପରେ ବସି ଯାଇଥିଲା, ରାଣୀ ମହୁମାଛିଟି ବସିଯିବା ପରେ ଅନ୍ୟ ମହୁମାଛିଗୁଡିକ ମଧ୍ୟ ତାଙ୍କ ଦେହସାରା ବସି ଯାଇଥିଲେ I ବୃତ୍ତିରେ ମହୁ ଚାଷ କରୁଥିବା ଟୁକାରାମ ବାଇକ଼ରେ ଘରକୁ ଆସିଥିଲେ I ବାଇକରେ ଆସିବା ସମୟରେ ତାଙ୍କ ଦେହରେ ଝୁଲି ରହିଥିବା କିଛି ମହୁମାଛି ଖସି ପଡ଼ିଥିଲେ ବି ପୁଣି ଉଡି ଆସି ତାଙ୍କ ଦେହରେ ଲାଗି ଯାଇଥିଲେ I ଘରକୁ ଯାଇ ଟୁକାରାମ ସେମାନଙ୍କୁ ମହୁବlକ୍ସରେ ପୁରାଇ ଦେଇଥିଲେ I ତେବେ ଟୁକାରାମଙ୍କ ଦେହସାରା ମହୁମାଛି ଲାଗି ରହିଥିବା ବେଳେ ତାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଜମିଥିଲା I

LEAVE A REPLY

Please enter your comment!
Please enter your name here