ସିପିଆଇଏମଏଲ ଲିବରେସନ କମିଟି ପକ୍ଷରୁ ରାୟଗଡା ଗୁଣପୁରରେ ଜନ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅକୁ କେନ୍ଦ୍ର କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ସି.ପି.ଆଇ. କଶ୍ମୀର ଘଟଣାରେ କେନ୍ଦ୍ର ସରକାର ଅସଫଳ ହୋଇଥିବା ବେଳେ ରାଜ୍ୟ ସରକାର ଜନତାଙ୍କୁ ଠକୁଥିବା କହିଛି ସଂଘ. ତେବେ ଅନୁଷ୍ଠିତ ହୋଇଥିବା ଏହି ଜନ ସଂକଳ୍ପ ସମାବେଶରେ ଶହ ଶହ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇ ଏହାକୁ ସମର୍ଥନ କରିଥିଲେ. ପରେ ସ୍ଥାନୀୟ ତ୍ରୀନାଥ ମନ୍ଦିର ଛକରୁ ଶୋଭାଯାତ୍ରା ବାହାରି ପୁରୁଣା ବସ ଷ୍ଟାଣ୍ଡ ଛକ ନିକଟରେ ପହଞ୍ଚିଥିଲା.

LEAVE A REPLY

Please enter your comment!
Please enter your name here