ଟଙ୍କା ଗଣୁ ଗଣୁ ହୁଣ୍ଡିରୁ ବାହାରିଲା ଚିଠି । ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି । ମା’ ସମଲେଇ ମନ୍ଦିର ହୁଣ୍ଡିରୁ ଟଙ୍କା ସହ ବାହାରିଛି ଚିଠି । ମନସ୍କାମନା ପୂରଣ ପାଇଁ ଭକ୍ତ ଭଗବାନଙ୍କ ନିକଟରେ ଗୁହାରି କରିଥାଏ । ହେଲେ ଠାକୁରଙ୍କର ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ । ମା’ ସମଲେଇଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରି ହୁଣ୍ଡିରେ ପଡିଥିବା କିଛି ଚିଠି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦର୍ଶାଇଛି । ହୁଣ୍ଡି ଖୋଲାଯାଇ ଟଙ୍କା ଗଣିବାବେଳେ ସେଥିରୁ ବାହାରିଛି କିଛି ଚିଠି । ଗୋଟିଏ ଚିଠିରେ ଜଣେ ଯୁବତୀ ଉଲ୍ଲେଖ କରିଛନ୍ତି ଯେ ଜଣେ ନିର୍ଦ୍ଦିଷ୍ଟ ଯୁବକଙ୍କ ସହ ପ୍ରେମ ବିବାହ କରାଇଦେବା ପାଇଁ । ବହୁତ ଆଶା ନେଇ ସେ ମା’ ସମେଲଇଙ୍କୁ ଚିଠି ଲେଖିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ନିଜ ଝିଅ କିପରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉ ମା’ଙ୍କୁ ଚିଠି ଲେଖିଛନ୍ତି । ଏହା ଭାବାବେଗର ବିଷୟ ହୋଇଥିବାରୁ ହୁଣ୍ଡିରୁ ମିଳିବା ପରେ ଏହି ଚିଠି ଗୁଡିକୁ ଫୋପଡାଯାଏ ନାହିଁ । ମନ୍ଦିର ଟ୍ରଷ୍ଟ ବୋର୍ଡ ଏହାକୁ ସାଇତି ରଖିବାର ପରମ୍ପରା ରହିଛି । ଓଡିଆ ସହ ବଙ୍ଗାଳି ଭାଷାରେ ମଧ୍ୟ ଚିଠି ଏଥିରେ ମିଳିଛି । ପ୍ରତି ଦୁଇମାସରେ ଏହି ହୁଣ୍ଡି ଖୋଲାଯାଇଥାଏ । ଏଥର ମଧ୍ୟ ହୁଣ୍ଡି ଖୋଲିଲା ବେଳେ ଚିଠି ମିଳିଛି । କେବଳ ଏହି ମନ୍ଦିର ନୁହେଁ ଦେଶର ଅନେକ ମନ୍ଦିରରେ ଅନେକ ଲୋକ ଠାକୁରଙ୍କୁ ଚିଠି ଲେଖିବାର ନଜିର ରହିଛି ।

LEAVE A REPLY

Please enter your comment!
Please enter your name here