ଶୁକ୍ରବାରଠୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା. ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ସମୁଦାୟ 2953 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ 5 ଲକ୍ଷ 87 ହଜାର ଛାତ୍ରଛାତ୍ରୀ. ପରୀକ୍ଷା ପାଇଁ ମୋଟ 304ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରଶ୍ନପତ୍ର ପହଞ୍ଚିସାରିଥିଲା. ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଚଳିତ ଥର 58ଟି ଫ୍ଲାଇଁ ସ୍କ୍ୱାଡ ଓ 44ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି. ଶୁକ୍ରବାର ସକାଳ 8.30 ମିନିଟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ବେଳେ 9.15 ମିନିଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ. ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଦିନ 12ଟାରେ ଶେଷ ହେବ.