ସାରା ରାତି ଉଜାଗର ରହି ଧାରଣାରେ ବସିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ବାପା ମା । ନ୍ୟାୟ ଦାବିରେ ସେମାନେ କଲେଜ ଗେଟ ସାମନାରେ ଧାରଣାରେ ବସିଥିବା ବେଳେ ଆଜି ବିଧାନସଭାରେ ତୁମ୍ବିତୋଫାନ କରିଛନ୍ତି ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ହଟ୍ଟଗୋଳ କରିଛନ୍ତି । ବିଜେବି କଲେଜ ଭଳି ଏକ ପ୍ରତିଷ୍ଠିତ କଲେଜରେ ଜଣେ ଛାତ୍ରୀ ରାଗିଂ ପାଇଁ ଆତ୍ମହତ୍ୟା କରିବା ଯେତିକି ସମ୍ବେଦନଶୀଳ, ସେତିକି ଲଜ୍ଜାଜନକ । କଲେଜରେ ପ୍ରଶାସନିକ ବ୍ୟବସ୍ଥା କେତେ ଦୁର୍ବଳ, ତାହା ଏଥିରୁ ସ୍ପଷ୍ଟ । ଘଟଣାରେ ଏପର୍ଯ୍ୟନ୍ତ ତିନିଜଣ ସିନିୟର ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ପୋଲିସ ପକ୍ଷରୁ ଏକ ଟିମ୍ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି କୁହାଯାଉଥିଲେ ହେଁ ଫଳ ଶୂନ୍ ରହିଛି । ଅନ୍ୟପକ୍ଷରେ ବିଧାନସଭାରେ ବିରୋଧୀ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସିନିଅର ଛାତ୍ରୀଙ୍କ ରାଗିଂ ସଂପର୍କରେ କଲେଜ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି, ତାହା ସମସ୍ତଙ୍କୁ ଚକିତ କରୁଛି । ମାତ୍ର ରୁଚିକାଙ୍କ ବାପା ମା କରିଥିବା ଅଭିଯୋଗ ଅନୁଯାୟୀ କଲେଜ କର୍ତ୍ତୃପକ୍ଷ ସବୁ ଜାଣି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ତେବେ ନ୍ୟାୟ ନ ମିଳିବା ଯାଏଁ ସେମାନେ କଲେଜ ଆଗରେ ଧାରଣା ଅବ୍ୟାହତ ରଖିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here