ଦୁର୍ଗମ ଅଞ୍ଚଳ ପାଇଁ ସବୁ ସରକାରୀ ସେବା ଫେଲ୍ . ଖଟିଆରେ ବୁହା ହୋଇ ଆସୁଛନ୍ତି ଗର୍ଭବତୀ ମହିଳା. ପୁଣିଥରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପା ଚିପାକୁର ଗ୍ରାମ ପଞ୍ଚାୟତର ସିରଘାଟ ଗାଁରେ. କାଦୁଅ ରାସ୍ତା ଯୋଗୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ. ଶେଷରେ ଗର୍ଭବତୀ ମହିଳା ସବିତା ଗୋଲୋରିଙ୍କୁ ଗାଁ ଲୋକେ ଖଟିଆରେ ବୋହି ଆଣିଲେ 10 କିଲୋମିଟର ରାସ୍ତା. ଦଣ୍ଡାବାଦୀ ଗାଁ ପର୍ଯ୍ୟନ୍ତ ଖଟିଆରେ ଆସିବା ପରେ 102 ଆମ୍ବୁଲାନ୍ସରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ.

LEAVE A REPLY

Please enter your comment!
Please enter your name here