ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ ଦେଖିବାକୁ ମିଳିଛି ମାଛ ମଡକ. ସୋନ ନଦୀରେ ଶହ ଶହ ମଲା ମାଛ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି. ପତ୍ରିପାଳ ଓ ଗନିପୁର ନିକଟରେ ବହୁ ସଂଖ୍ୟାରେ ମାଛ ମରିପଡିଥିବା ଦେଖିବାକୁ ମିଳିଛି. ନଦୀର ପାଣି କଳା ଦେଖାଯାଉଥିବା ବେଳେ କେହି ପାଣିରେ ବିଷ ମିଶାଇ ଦେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି. ଗତ ଦୁଇ ଦିନ ଧରି ଏପରି ଭାବେ ମାଛ ମରିପଡୁଥିବା ବେଳେ ଏ ଯାଏଁ ମାଛ ମଡକର କାରଣ ସ୍ପଷ୍ଟ ହୋଇନାହିଁ.