ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସହ ସ୍ମାର୍ଟ ଶ୍ରେଣୀଗୃହର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ସୁନ୍ଦରଗଡର କୁତ୍ରା ଏବଂ କଟକର ମୁଣ୍ଡଳିରେ ୩୩ କୋଟି ଟଙ୍କା ବ୍ୟୟବରାଦରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତ ସରକାରଙ୍କ ପେଟ୍ରୋଲିୟମ ବିଭାଗ ତରଫରୁ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ କରି କଟକ,ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୯ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବା ସମସ୍ତ ୧୮୪ ଟି ଶ୍ରେଣୀଗୃହ ଗୁଡିକୁ ସ୍ମାର୍ଟ କ୍ଲାସ ରୁମରେ ପରିଣତ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛୋଟ ଛୋଟ ପିଲାମାନଙ୍କୁ ସ୍ମାର୍ଟ କ୍ଲାସରୁମ ଦ୍ୱାରା ଆଧୁନିକ,ବୈଜ୍ଞାନିକ ଓ ସାଂପ୍ରତିକ ଶିକ୍ଷା ସହ ଯୋଡିବାର ଏକ ସଫଳ ପ୍ରୟାସ । କେନ୍ଦ୍ରୀୟ ବିଦ୍ୟାଳୟରେ ଓଏନଜିସି ସହାୟତାରେ ସ୍ମାର୍ଟ ଶ୍ରେଣୀଗୃହ ପ୍ରକଳ୍ପର ଉଦଘାଟନ ଏବଂ ଉଦୟଗିରି,ଖଣ୍ଡଗିରି ଗୁମ୍ଫାଠାରେ ମିଳିତ ପର୍ଯ୍ୟଟକ ସୁବିଧାର ଶୁଭାରମ୍ଭ କରିଛନ୍ତି । ଓଡିଶାକୁ ଆଗକୁ ନେବା ପାଇଁ ଭାରତ ସରକାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ କଲ୍ୟାଣକାରୀ ଯୋଜନା ବିଶେଷତଃ ଶିକ୍ଷା, ପର୍ଯ୍ୟଟନ ଏ ଦୃଷ୍ଟିରୁ ଯେଉଁ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଛି ତାହାକୁ ସାକାର କରାଯାଇ ପାରିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।