ପ୍ରଶ୍ନପତ୍ର ଭାଇରାଲ ପରେ ବି ଚେତା ପଶୁନି ବୋର୍ଡ କର୍ତ୍ତୃପକ୍ଷଙ୍କର. ସବୁ ଠିକଠାକ ଚାଲିଛି, ପରୀକ୍ଷା କେନ୍ଦ୍ରରେ କଡା କଟକଣା କରାଯାଇଛି ବୋଲି ସଫେଇ ଦେଉଛନ୍ତି ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ. ମାତ୍ର ପରୀକ୍ଷା କେନ୍ଦ୍ର ଚିତ୍ର କହୁଛି ଓଲଟା କଥା. ଆସନ୍ତୁ ଦେଖିବା ଢେଙ୍କାନାଳ ଜିଲ୍ଲା  ଭୁବନ ବ୍ଲକ ପଳାଶପିଠା ପଞ୍ଚାୟତିରାଜ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରକୁ. ପୋଲିସ ଭାଇ ଜଗିଛନ୍ତି, ହେଲେ ସ୍କୁଲ ହତା ଭିତରେ ପଶି ଝରକା ପଟେ କପି ଦେଉଛନ୍ତି ପଣ୍ଡିତମାନେ. କପିର ଚିତ୍ର ବି କଏଦ ହୋଇଛି କ୍ୟାମେରାରେ ଏଇ ଗୋଟିଏ ପରୀକ୍ଷା କେନ୍ଦ୍ରରୁ ଜଣାପଡୁଛି, କେମିତି ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ପରୀକ୍ଷା.

LEAVE A REPLY

Please enter your comment!
Please enter your name here