ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ନୂଆ ଉଚ୍ଚ ପ୍ରଦର୍ଶନ କ୍ରୀଡା କେନ୍ଦ୍ରର ଉଦଘାଟନ କରିଛନ୍ତି. ବ୍ୟାଡମିଣ୍ଟନ, ଫୁଟବଲ ଓ ୱେଫ୍ଟଲିଫ୍ଟିଂ ଭଳି ଖେଳକୁ ଅଧିକ ପ୍ରୋତ୍ସାହନ କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନ କରିଛନ୍ତି ନବୀନ. ଏହଛଡା ୱାଲ କ୍ଲାଇମ୍ବିଂ ଖେଳର ଉଦଘାଟନ କରିବା ସହ ରାଜ୍ୟର 162 ଜଣ ଉତ୍କୃଷ୍ଟ ଖେଳାଳୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରିଛନ୍ତି. ଖେଳର ବିକାଶ ଯୋଗୁଁ ଓଡିଶା ପାଇଁ ଆଜି ହେଉଛି ଐତିହାସିକ ଦିନ. ଏହାସହ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଉଦଘାଟନ କେବଳ ଜଣେ ଖେଳାଳୀର ବିକାଶ ପାଇଁ ନୁହେଁ ବରଂ ରାଷ୍ଟ୍ରର ବିକାଶ ପାଇଁ ବେଶ ସହାୟକ ହେବ ବୋଲି ନବୀନ କହିଛନ୍ତି. ଓଡିଶାର କ୍ରୀଡାପ୍ରେମୀଙ୍କୁ ଏହି କ୍ରୀଡା କେନ୍ଦ୍ର ସମର୍ପିତ କରି ନବୀନ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here