ଲାଲୁ ପରିବାରଙ୍କୁ ସମନ୍

ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର, ଅଗଷ୍ଟ ୩୧ରେ କୋର୍ଟରେ ହାଜର ହେବାକୁ ସମନ୍ ଜରିଆରେ ନିଦେ୍ର୍ଦଶ ଦେଇଛନ୍ତି ।

ଆଇଆରସିଟିସିର ଦୁଇଟି ହୋଟେଲ ପରିଚାଳନା ଦାୟିତ୍ୱ ଏକ ଘରୋଇ କମ୍ପାନୀକୁ ପ୍ରଦାନରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଶୁଣାଣି କରି ବିଚାରପତି ଏହି ସମନ୍ ଜାରି କରିଛନ୍ତି । ୧୬ ଏପ୍ରିଲରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ନିଜ ଅଭିଯୋଗ ପତ୍ର କୋର୍ଟରେ ଦାଖଲ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଯୁକ୍ତି ଦର୍ଶାଇଥିଲା । ଏହି ଅଭିଯୋଗରେ ଲାଲୁଙ୍କ ପରିବାରବର୍ଗଙ୍କ ସମେତ ପୂର୍ବ କେନ୍ଦ୍ରମନ୍ତ୍ରୀ ପ୍ରେମଚନ୍ଦ୍ର ଗୁପ୍ତା ଓ ତାଙ୍କ ପତ୍ନୀ ସରଳା ଗୁପ୍ତାଙ୍କ ସମେତ ଆଇଆରସିଟିସିର ତକ୍ରାଳୀନ ପ୍ରବନ୍ଧକ ବି କେ ଅଗ୍ରୱାଲ, ତକ୍ରାଳୀନ ନିଦେ୍ର୍ଦଶକ ରାକେଶ ସକ୍ସେନାଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଏତଦ୍ବ୍ୟତୀତ ଆଇଆରସିଟିସିର ତକ୍ରାଳୀନ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅନ୍ୟତମ ଅଭିଯୁକ୍ତ ତାଲିକାରେ ସ୍ଥାନିତ କରାଯାଇଛି । ଏହି ଦୁର୍ନୀତି ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ହୋଇଥିଲା । ପାଟନାରେ ନିର୍ମାଣାଧୀନ  ଏକ ଅଟ୍ଟାଳିକାର ମାଟି ସେଠାକାର ପ୍ରାଣୀ ଉଦ୍ୟାନକୁ ପ୍ରଦାନ କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଆଇଆରସିଟିସି ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହି ଅଟ୍ଟାଳିକା ନିର୍ମିତ ସ୍ଥାନଟି ଲାଲୁଙ୍କ ପରିବାରବର୍ଗଙ୍କୁ ଉପହାର ସ୍ୱରୂପ ମିଳିଥିବା ଜଣା ପଡ଼ିଥିଲା । ଆଇଆରସିଟିସିର ପୁରୀ ଓ ରାଞ୍ଚôରେ ଥିବା ହୋଟେଲ ଏକ ଘରୋଇ କମ୍ପାନୀକୁ ପ୍ରଦାନର ପ୍ରତିବଦଳରେ ଲାଲୁଙ୍କ ପରିବାରବର୍ଗଙ୍କୁ ଏହି ଜାଗା ମିଳିଥିଲା ।

 

 

LEAVE A REPLY

Please enter your comment!
Please enter your name here