କଟକରେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା. କଟକର ପୀର ବଜାରରେ ପୋଲିସ ଏକ ସିମେଣ୍ଟ କାରଖାନା ଉପରେ ଚଢାଉ କରି କିଛି ଯନ୍ତ୍ରପାତି ଜବତ କରିବା ସହ କାରଖାନାର ମାଲିକକୁ ଗିରଫ କରିଛି. ଚଢାଉ ସମୟରେ ପୋଲିସ ଅସଲି ବ୍ରାଣ୍ଡ ଲାଗିଥିବା 350 ବସ୍ତା ନକଲି ସିମେଣ୍ଟ ଜବତ କରିଛି.

କମ୍ପାନୀ ଚାଲୁ ସିମେଣ୍ଟକୁ ନାମୀଦାମୀ ବ୍ରାଣ୍ଡର ପ୍ୟାକେଟ୍ ରେ ଭରି ବଜାରକୁ ଛାଡୁଥିଲା. ଖବର ପାଇ ପୋଲିସ କାରଖାନା ଉପରେ ଚଢାଉ କରିଥିଲା. ସେଠାରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଥିଲା. ଏହି ଘଟଣାରେ କିଏ ଓ କେତେଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ.

କିଛି ଦିନ ପୂର୍ବରୁ ନକଲି ଘିଅ ଓ ତେଲ ଜବତ ହୋଇଥିଲା ଆଉ ଏବେ ନକଲି ସିମେଣ୍ଟ. ଅନ୍ୟପକ୍ଷରେ ବଜାରରେ ମିଳୁଥିବା ଜିନିଷ ଅସଲି ନା ନକଲି ସେନେଇ ଚିନ୍ତାରେ ଗ୍ରାହକ.

 

 

 

LEAVE A REPLY

Please enter your comment!
Please enter your name here