ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ସିଜଫାୟାର ଉଲ୍ଲଘଂନ ହେଉଛି. ହାମଲା ପରେ ପାକିସ୍ତାନର ଲଢୁଆ ବିମାନ ସୀମା ଉଲ୍ଲଘଂନ କରିଛନ୍ତି. ପାକିସ୍ତାନର 2ଟି ବିମାନ ସୀମା ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି. ଏନେଇ ଜମ୍ମୁ କଶ୍ମୀର ବିମାନ ବନ୍ଦରରେ ବିମାନ ଉଡାଣକୁ ବନ୍ଦ କରିଦିଆଯାଇଛି. ଅନ୍ୟପଟେ ଶ୍ରୀନଗର ଓ ପଠାନକୋଟ ଏୟାରପୋର୍ଟକୁ ହାଇଆଲର୍ଟରେ ରଖାଯାଇଛି. ସୁରକ୍ଷା ପାଇଁ ଏହି ସ୍ଥାନରେ ବିମାନ ଉଡାଣ ବନ୍ଦ କରାଯାଇଛି. କେତେକ ବ୍ୟବସାୟିକ ବିମାନ ଉଡାଣ ଉପରେ ମଧ୍ୟ ରୋକ ଲଗାଯାଇଛି. ଖବର ଅନୁସାରେ, ଜମ୍ମୁ କଶ୍ମୀର ବ୍ୟତୀତ ପଞ୍ଜାବ ଏୟାରପୋର୍ଟକୁ ମଧ୍ୟ ବନ୍ଦ କରାଯାଇଛି.

LEAVE A REPLY

Please enter your comment!
Please enter your name here