ପୁଲଓାମା ଆକ୍ରମଣ ଘଟଣାର ଦୁଇଦିନ ପରେ ରାଜ୍ୟ ସରକାର ଜମ୍ମୁ କାଶ୍ମୀରର 5 ଜଣ ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି. ପିପୁଲ୍ସ କନଫରେନ୍ସର ମିରାଓେଜ ଉମର ଫାରୁକ୍, ଅବଦୁଲ ଘନି ଭଟ୍ଟ ଓ ବିଲାଲ ଲୋନ, ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ହାସିମ କ୍ୟୁରେସି ଏବଂ ଜମ୍ମୁ କାଶ୍ମୀର ଡେମୋକ୍ରାଟିକ ଫ୍ରିଡମ୍ ପାର୍ଟିର ସବିର ଶାହଙ୍କ ସୁରକ୍ଷା ବ୍ୟବସ୍ଥା ସନ୍ଧ୍ୟା ସୁଦ୍ଧା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି. କୌଣସି ବିଚ୍ଛିନ୍ନତାବାଦୀ ମୌଳବାଦୀ ନେତାଙ୍କୁ ସରକାର ଆଉ ସୁରକ୍ଷା ଯୋଗାଇଦେବେ ନାହିଁ . ଯଦି ସେମାନେ ଅନ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ପାଉଥାନ୍ତି, ସେସବୁ ମଧ୍ୟ ପ୍ରତ୍ୟାହାର କରିବାକୁ ସ୍ଥିର ହୋଇଛି. ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀର ପୋଲିସ ମୌଳବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି.

LEAVE A REPLY

Please enter your comment!
Please enter your name here