ଚଳିତ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ପିଚ୍ଛା ଛାଡୁନାହିଁ. ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବେ ମାଲକାନଗିରି ଜିଲ୍ଲାରେ 108ଟି ଗଣିତ ଖାତା କୁଆଡେ ଗାୟବ ହୋଇଯାଇଛି. ପଡିଆ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଖାତା ମିଳୁ ନଥିବା ସୂଚନା ମିଳିଛି. ଏସଂପର୍କରେ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି. ପରୀକ୍ଷା ଖାତା ଗାଏବ ହୋଇଥିବା ଜଣାପଡିବା ପରେ ଉପଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀମାନେ ପରୀକ୍ଷା ଉତ୍ତର ଖାତା ଯାଞ୍ଚ କରିବା ଆରମ୍ଭ କରିଛନ୍ତି. ତେବେ କେତେ ପରୀକ୍ଷା ଖାତା ମିଳୁନାହିଁ, ସେସଂପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ.

LEAVE A REPLY

Please enter your comment!
Please enter your name here