ଆସନ୍ତା 10 ତାରିଖରେ ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି. ମିଳିଥିବା ସୂଚନା ଅନୁଯାୟୀ ଆୟୋଗ ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ, ସେହିଦିନ ଠାରୁ ଆଚରଣ ବିଧି ଲାଗୁ ହେବ. ପୂର୍ବରୁ ଆଶା କରାଯାଉଥିଲା, ଆୟୋଗ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ତାରିଖ ଘୋଷଣା କରିବେ. ମାତ୍ର ପୁଲଓାମା ଆତଙ୍କବାଦୀ ଆକ୍ରମଣ ଏବଂ ଭାରତର ଏୟାର ଷ୍ଟ୍ରାଇକ ଯୋଗୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ହୋଇଛି. ମାର୍ଚ୍ଚମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଆୟୋଗ ଲୋକସଭା ନିର୍ବାଚନ ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ. ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା, ସିକିମ, ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ. ପଶ୍ଚିମବଙ୍ଗ ଓ ଜମ୍ମୁକାଶ୍ମୀର. ତେବେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛନ୍ତି. ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ତାଲିମ ଦେବା ପ୍ରକ୍ରିୟା ମଧ୍ୟ ସରିଛି.