ଦୁର୍ଘଟଣାର ଶୀକାର ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ । କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରର ଫ୍ରଣ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶୁକ୍ରବାର ରାତିରେ ଭୁବନେଶ୍ୱରରୁ ଅଭିନେତା ରାଜୁ ଦାଶଙ୍କ ବିବାହ ଭୋଜି ସାରି କଟକ ଅଭିମୁଖେ ଫେରୁଥିଲେ ଅଭିନେତ୍ରୀ ରାଣୀ ପଣ୍ଡା । ସାଥୀରେ ଥିଲେ କାର୍ ଚାଳକ ।

LEAVE A REPLY

Please enter your comment!
Please enter your name here