ସମୁଦ୍ରପଥରେ ମଧ୍ୟ ହୋଇପାରେ ଆକ୍ରମଣ. ପୁଲୱାମା ଆତଙ୍କୀ ହାମଲା ପରେ ନୌସେନା ମୁଖ୍ୟ ସୁନିଲ ଲାମ୍ବା ନିଜ ପ୍ରତିକ୍ରିୟା ଦେଇଛନ୍ତି. ଆଉ କହିଛନ୍ତି ସମୁଦ୍ରପଥରୁ ମଧ୍ୟ ଆତଙ୍କୀ ହାମଲା ହୋଇପାରେ. କାରଣ ସମୁଦ୍ରପଥ ମାଧ୍ୟମରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ପ୍ରଶିକ୍ଷଣ ନେଉଥିବା ସୂଚନା ମିଳିଛି. ଅନ୍ୟପଟେ ଭାରତକୁ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଥିବା ଦେଶମାନଙ୍କଠାରୁ  ସହାୟତା ପାଇଥିବା ଆତଙ୍କବାଦୀମାନେ ପୁଲୱାମା ଆକ୍ରମଣ କରିଥିବା ସେ କହିଛନ୍ତି. ସମୁଦ୍ରପଥ ମାଧ୍ୟମ ସହ ବିଭିନ୍ନ ମାଧ୍ୟମରେ ମଧ୍ୟ ଆତଙ୍କୀ ହାମଲା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି. ଦିନକୁ ଦିନ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଉଥିବା ସାମ୍ନାକୁ ଆସୁଛି. ଆଉ ଭାରତ ଏହାର ସାମ୍ନା କରୁଛି. ଆତଙ୍କବାଦୀ ସଂଗଠନ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି. ଏଭଳି ହେଲେ ଭବିଷ୍ୟତରେ ଆତଙ୍କବାଦୀଙ୍କ ଏକ ବ୍ରାଣ୍ଡ ମୁଖ୍ୟ ସମସ୍ୟା ରୂପେ ଠିଆ ହେବ ବୋଲି ସେ କହିଛନ୍ତି. ଏଥିପାଇଁ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଦିନରାତି କାମ କରୁଛି. ହେଲେ ସବୁ ଦେଶ ଆତଙ୍କବାଦୀଙ୍କ ମୂଳୋତ୍ପୀଡନ କରିବା ପାଇଁ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here