ଦୁବାଇରେ ଫସି ରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ରୋଜଗାର ଆଶାରେ ବିଦେଶ ଯାଇଥିବା ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଶ୍ରମିକମାନଙ୍କୁ କାମ ନଦେଇ ନିର୍ଯାତନା ଦେଉଛି ଠିକାଦାର । ଖବର ପାଇ ସହାୟତା ପାଇଁ ହାତ ବଢାଇଛି ୟୁଏଇରେ ଥିବା ଓଡିଆ ସମାଜ । ଦୁବାଇରୁ ସୁଧାଶ୍ରୀ ଦାସ ଦେଇଥିବା ସୂଚନା ଅନୁଯାୟୀ, ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରୁ କାମ କରିବା ପାଇଁ  ଦୁବାଇ ଯାଇଥିବା ଶ୍ରମିକଙ୍କୁ ଅତି ଦୟନୀୟ ଅବସ୍ଥାରେ ରଖି ଠିକାଦାର ନିର୍ଯାତନା ଦେଉଛି । ନିଜ ମୋବାଇଲରେ ଫଟୋ ପଠାଇ ନିଜ ଦୁଃଖ କଥା କହିଛନ୍ତି ଏହି ଓଡିଆ ଶ୍ରମିକମାନେ । ଭଲ କାମ ଓ ଭଲ ଟଙ୍କା ମିଳିବ ବୋଲି କହି ଦୁବାଇ ନେଇଥିଲା ଠିକାଦାର । ଧାର କରଜ କରି ଠିକାଦାରକୁ  ୮୦ ହଜାର ଟଙ୍କା ଦୁବାଇ ଯାଇଥିବା ଶ୍ରମିକଙ୍କୁ ତିନିମାସ ହେଲାଣି ଦରମା ବି ମିଳିନି ।  ଖଲ୍ଲିକୋଟର ତୋଟା ଗାଁ, କହ୍ନେଇପୁର, କଇରାଶି ଓ ଶ୍ୟାମସୁନ୍ଦରପୁର ଗାଁର ଏହି ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଦୁବାଇରେ ଥିବା ଓଡିଆ ସମାଜ ଉଦ୍ୟମ ଆରମ୍ଭ କରିଛି । ଏସଂପର୍କରେ ଭାରତୀୟ ଦୂତାବାସକୁ ମଧ୍ୟ ସେମାନେ ଯୋଗାଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here