ଗଞ୍ଜାମ ଭଞ୍ଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ ପୋଲସରା ଏବଂ ୫ଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ।ବ୍ରହ୍ମପୁରର ବସନ୍ତ ବିହାରରେ ତିନିମହଲା କୋଠା,ଭଞ୍ଜନଗରରେ ସରକାରୀ କ୍ୱାର୍ଟର୍, ଭଞ୍ଜନଗରରେ ଅଫିସ୍ ଚାମ୍ବର, ପୋଲାସରାରେ ପୈତୃକ ଘର, ବ୍ରହ୍ମପୁରର ବୀମା ନଗରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍ ବ୍ରହ୍ମପୁରର ଆବାସିକ ଘରୁ ୧୫.୧୩ ଲକ୍ଷ ନଗଦ ଟଙ୍କା ଓ ଭଞ୍ଜନଗରର ସରକାରୀ କ୍ୱାର୍ଟରରୁ ୩,୭୨,୮୦୦/- ଜବତ୍ କରିଛି। ୫୭ ଲକ୍ଷ ଟଙ୍କାର ଏକ କଂକ୍ରିଟ୍ ମିକ୍ସର ମେସିନ୍ ସହ ୩୭ ଲକ୍ଷ ଟଙ୍କାରେ ୧ ଜେସିବି ମେସିନ୍ ଏବଂ ଗୋଟେ ଚାରି ଚକିଆ ଯାନ ସହ ୨ଟି ଦୁଇ ଚକିଆ ଯାନ  ଜବତ୍ କରିଛି। ଏହି ଚଢାଉରେ ୩ ଜଣ ଡିଏସପି ଓ ସାତ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶରେ ଏହି ଚଢ଼ାଉ କରାଯାଇଛି।

LEAVE A REPLY

Please enter your comment!
Please enter your name here