ଶୁକ୍ରବାର ନ୍ୟୁଜଲ୍ୟାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ 9 ଜଣ ଭାରତୀୟ ନିଖୋଜ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଏହି ଘଟଣାରେ 49 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ. ଯାହାମଧ୍ୟରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ଦେଇଛନ୍ତି ଏଆଇଏମଆଇଏମ ନେତା ଅସବୁଦ୍ଦିନ ଓୌବସୀ. ଏଠାରେ ସୂଚନାଯୋଗ୍ୟ ଯେ, ଶୁକ୍ରବାର ମସଜିଦରେ ନମାଜ ପାଠ ବେଳେ  ଆକ୍ରମଣକାରୀ ଏହି ଆକ୍ରମଣ ଘଟାଇଥିଲେ ଏବଂ ସେହି ସମୟରେ ମସଜିଦରେ ଅନେକ ଲୋକ ନମାଜ ପାଠ କରୁଥିଲେ. ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଜଣେ 20 ବର୍ଷୀୟ ଅଷ୍ଟ୍ରଲିଆ ନାଗରିକଙ୍କୁ ଆକ୍ରମଣକାରୀ ବୋଲି ସନ୍ଦେହ କରାଯାଉଛି. ଏହି ଘଟଣାକୁ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡେନ ଦୃଢ ନିନ୍ଦା କରିବା ସହ ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ ଖରାପ ଘଟଣା ବୋଲି ସେ କହିଛନ୍ତି. ଅନ୍ୟପଟେ ଏହି ଘଟଣା ପରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଅତ୍ୟନ୍ତ ଶୋକପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here