କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ ଆଣିଛି କଂଗ୍ରେସ ଏବଂ ଏହା ପଛରେ କେନ୍ଦ୍ର ସରକାର ଏକ ସାଂଘାତିକ ଷଡଯନ୍ତ୍ର ରଚୁଥିବା ଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି. ଦୀର୍ଘ 22 ବର୍ଷ ଧରି ଓଡିଶାରେ ରେଳ ବିଦ୍ୟୁତକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଆସୁଥିବା ରେଳ କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁକୁ ଉଠାଇ ନେବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି. ବିନା କୌଣସି କାରଣରେ ଏହାକୁ ଆସନ୍ତା 31 ତାରିଖ ସୁଦ୍ଧା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଛି. ତେବେ ଏହି ନିଷ୍ପତ୍ତି ଦ୍ୱାରା ଓଡିଶାରେ 6ଟି ବୃହତ ରେଳ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ.