ଗୁହାରୀ ଶୁଣିଲେନି ଜିଲ୍ଲାପାଳ.

ଏମିତିକି 35 କିଲୋମିଟର ଦୂରରୁ ଚାଲି ଚାଲି ଆସିଥିବା ଝିଅମାନଙ୍କୁ ଦେଖା ବି କଲେନି.

ଏଭଳି ଘଟଣା ଘଟିଛି ମାଲକାନଗିରିରେ. ବାଲିମେଳା ବାଳିକା ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ବାଲିମେଳାରୁ ମାଲକାନଗିରି ଚାଲି ଚାଲି ଯାଇଥିଲେ ଝିଅମାନେ. ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବିଦ୍ୟାଳୟର ଅବ୍ୟବସ୍ଥା ସଂପର୍କରେ ମୁହଁ ଖୋଲିବାକୁ ଚାହିଁ ନଥିଲେ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ. ସେମାନେ ଯାହା କହିବେ, କେବଳ ଜିଲ୍ଲାପାଳଙ୍କୁ କହିବେ ବୋଲି କହିଥିଲେ. 35 କିଲୋମିଟର ଚାଲି ଚାଲି ସେମାନେ ମାଲକାନଗିରିରେ ପହଞ୍ଚିବା ବେଳକୁ ଦୁଇଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବି ବିଗିଡି ସାରିଥିଲା. ହେଲେ ମାଲକାନଗିରି ଜିଲ୍ଲାପାଳ ପିଲାଙ୍କ ଦୁଃଖ ବୁଝିବା ଦୂରର କଥା, ସେମାନଙ୍କୁ ଦେଖା ବି କଲେନି. ଯାହା କହିବା କଥା, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବାକୁ କହି ପିଲାଙ୍କୁ ନିରାଶ କଲା ପ୍ରଶାସନ.

LEAVE A REPLY

Please enter your comment!
Please enter your name here