ରାୟଗଡାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ‘ହକ୍ ମାଗୁଛି ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ରାୟଗଡା ସାରଳା ଛକ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲା ବିଜେଡି ସଭାପତି ବିନାୟକ କର, ବରିଷ୍ଠ ବିଜେଡି ନେତା ନିରଞ୍ଜନ ବକ୍ସିପାତ୍ରଙ୍କ ସମେତ ବିଜେଡିର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ. କେନ୍ଦ୍ର ସରକାର କିଭଳି ରାଜ୍ୟ ସରକାରଙ୍କୁ ଅବହେଳିତ କରୁଛନ୍ତି, ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ନେତାମାନେ ମତପୋଷଣ କରିଥିଲେ. ଅନ୍ୟପଟେ ଯୁବକଯୁବତୀମାନଙ୍କୁ ଚାକିରି ନାଁରେ କେନ୍ଦ୍ର ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା କହିଥିଲେ ବିଧାୟକ ଲାଲବିହାରୀ ହିମିରିକା.

 

LEAVE A REPLY

Please enter your comment!
Please enter your name here