ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ଦଳ ଛାଡିବା ଆରମ୍ଭ କରିଛନ୍ତି । ସୁନ୍ଦରଗଡ ସ୍ଵତନ୍ତ୍ର ପରିଷଦର ଅଧ୍ୟକ୍ଷା କୁସୁମ ଟେଟେ, କଳାହାଣ୍ଡି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ନିଜ ସମର୍ଥକଙ୍କ ସହ ବିଜେଡିରୁ ଇସ୍ତଫା ଦେଇଛନ୍ତି । କୁସୁମ ଟେଟେ ସୁନ୍ଦରଗଡରୁ ନିର୍ବାଚନ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ତାଙ୍କୁ ଟିକଟ ମିଳି ନଥିଲା । ସେହିପରି ପାରଳାଖେମୁଣ୍ଡିର
ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଟିକଟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ନଥିବା ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି ବୋଲି ସେ କହିଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ଦେଇଛି। ଟିକଟ ପାଇ ନଥିବା ବିଜେଡିର ଦୁଇ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଓ ଅର୍କକେଶରୀ ଦେଓ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here