ଓଡିଶାକୁ ପୂର୍ବଭାରତର ବିକାଶର ଦ୍ୱାର କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଗସ୍ତ ସତ୍ତ୍ୱେ ୨୦୧୯ ନିର୍ବାଚନରେ ନବୀନଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିବ । ପୋଲ ଆଇ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେଡି ୨୧ଟି ଲୋକସଭା ଆସନରୁ ୧୮ଟିରେ ବିଜୟ ଲାଭ କରିବ । ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ ।

ପୋଲ ଆଇର ସର୍ଭେ ରିପୋର୍ଟ ଅନୁଯାୟୀ ଭୋଟ୍ ହାର କ୍ଷେତ୍ରରେ ବିଜେଡି ସପକ୍ଷରେ ୫୦ ପ୍ରତିଶତ ଭୋଟ୍ ଥିବାବେଳେ ବିଜେପି ସପକ୍ଷରେ ୨୫ ପ୍ରତିଶତ ରହିଛି । ଜଗତସିଂହପୁର, ବ୍ରହ୍ମପୁର, କଟକ, କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ ରହିଛି । କେନ୍ଦୁଝର, ସମ୍ବଲପୁର ଓ କୋରାପୁଟରେ ବିଜେଡିର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଛି । କେନ୍ଦୁଝର ଓ ସମ୍ବଲପୁରରେ ବିଜେପି ଆଗୁଆ ରହିବାର ସମ୍ଭାବନା ଥିବାବେଳେ କୋରାପୁଟରେ କଂଗ୍ରେସ ଆଗରେ ରହିବ ବୋଲି ଏହି ସର୍ଭେ ରିପୋର୍ଟ କହିଛି । ପୋଲ ଆଇ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ବିଜେପିର ସ୍ଥିତି ଯଦିଓ ଭଲ ନୁହେଁ , କିନ୍ତୁ ଯଦି ଦଳ ବିରୋଧି ଭୋଟକୁ ଠିକଣା ଭାବରେ ପରିଚାଳନା କରେ ତେବେ ୭ଟି ଲୋକସଭା ଆସନରେ ଜିତିବା ବିଜେଡି ପାଇଁ କାଠିକର ହେବ । ଏହି ୭ଟି ନିର୍ବାଚନ ମଣ୍ଡଳୀ ହେଲା, ବରଗଡ, ମୟୁରଭଞ୍ଜ , ବାଲେଶ୍ୱର, ଯାଜପୁର, କଳାହାଣ୍ଡି, ବଲାଙ୍ଗିର ଓ କେନ୍ଦ୍ରାପଡା । ସେହିପରି ପୋଲ ଆଇର ପ୍ରାକ ନିର୍ବାଚନ ସର୍ଭେ ରିପୋର୍ଟ ଅନୁଯାୟୀ ତିନୋଟି କାରଣ ପାଇଁ ବିଜେଡି ସପକ୍ଷରେ ଫଳାଫଳ ବଦଳି ଯାଇପାରେ. ଏହି ତିନୋଟି କାରଣ ହେଲା – (1) ଦଳ ବଦଳ ଓ ବିଦ୍ରୋହୀଙ୍କ ଭୂମିକା (2) ବିରୋଧୀ ଭୋଟ୍ ପରିଚାଳନା (3) ବିଧାନସଭା ଓ ଲୋକସଭା ଭୋଟ ବିଭାଜନ.

LEAVE A REPLY

Please enter your comment!
Please enter your name here