ଶନିବାର ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷ. ନିର୍ବାଚନର କିଛିଦିନ ପୂର୍ବରୁ ସେ ଦେଶର ପ୍ରଥମ ଲୋକପାଳ ଏବଂ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ଭାବେ ଶପଥ ନେଇଛନ୍ତି. ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି. ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ଏହି ଶପଥ ପାଠ ସମାରୋହରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପସ୍ଥିତ ଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବିଚାରପତି ପିସି ଘୋଷଙ୍କୁ ଚୟନ କରାଯାଇଥିଲା. ତେବେ ଲୋକପାଳ ଅଧ୍ୟକ୍ଷ ଭାବେ ତାଙ୍କ ନାମ ଘୋଷଣା ହେବା ପରେ ସେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ରୂପେ କାର୍ଯ୍ୟରତ ଥିଲେ. 66 ବର୍ଷୀୟ ବିଚାରପତି ପିନାକୀ ଚନ୍ଦ୍ରଙ୍କୁ, 2014 ମସିହା ଜାନୁଆରୀ 1 ତାରିଖରେ ଲୋକପାଳ ଆଇନ ପ୍ରଣୟନର 5 ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି. 2017 ମସିହାରେ ସୁପ୍ରିମକୋର୍ଟରୁ ପିନାକୀ ଅବସର ନେଇଥିଲେ.

 

 

LEAVE A REPLY

Please enter your comment!
Please enter your name here