ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ, ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ଆଇନ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୁଏ। ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ଦ୍ୱାରା ସମୀକ୍ଷା ଓ ଅଡିଟ୍ କରାଯାଏ । ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ଥିଲା ‘Connecting Stakeholders, Strengthening Democracy: Role of Media in Elections’। ଏଥିରେ ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କମିଶନ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ବଢ଼ାଇ ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଦୀନମଣି ନାୟକଙ୍କ ନେତୃତ୍ୱରେ ରାଜ୍ୟରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here