ମୟୂରଭଞ୍ଜ କଙ୍କଡ଼ା ଗାଁରେ ବାଘ ଛାଲ ବିକ୍ରି କରୁଥିବା ବେଳେ ବନବିଭାଗ ଚଢାଉ କରିଛି । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।
ସୁଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କଙ୍କଡ଼ା ଗାଁରୁ ବନବିଭାଗ କଲରାପତରିଆ ବାଘ ଛାଲ ଜବତ କରିଛି । ବାଘ ଛାଲ ବିକ୍ରି କରୁଥିବା ବେଳେ ଉକ୍ତ ସ୍ଥାନରେ ଚଡାଉ କରି ବାଘ ଛାଲ ସହ ବନ ବିଭାଗ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ କେଉଁମାନେ ସାମିଲ ଅଛନ୍ତି ଓ ଚାଲାଣ ହେଉଥିବା ସ୍ଥାନ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଗରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।