ଓଡିଶା ପବ୍ଲିକ ସର୍ଭିସ କମିଶନ ବିରୋଧରେ ଜାଲିଆତି ଅଭିଯୋଗ. ଅଭିଯୋଗ ଆଣିଛନ୍ତି ସୁଦର୍ଶନ ମହାରଣା ନାମକ ଜଣେ ଓପିଏସସି ପରୀକ୍ଷାର୍ଥୀ. ପ୍ରତିବାଦରେ ସେ ଓପିଏସସି କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି. ତାଙ୍କ କହିବା ମୁତାବକ, ସେ ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ବିଜ୍ଞାପନ ଦିଆଯାଇଥିବା ଅଧ୍ୟାପକ ପଦବୀ ପାଇଁ ପରୀକ୍ଷା ଦେଇଥିଲେ. ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ବିବେଚିତ କରାଯାଇନଥିଲା. ସୂଚନା ଅଧିକାର ଆଇନ ବଳରେ ସୁଦର୍ଶନ ନିଜ ଖାତାର ନକଲ ଦେଖିବା ପାଇଁ ଆବେଦନ କଲେ. ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରାୟ ଦେଢ ବର୍ଷ ପରେ ସେ ନିଜ ଖାତାର ନକଲ ପାଇଥିଲେ. ନକଲ ପାଇବା ପରେ ତାଙ୍କ ଖାତାରେ ଥିବା ତୃଟି ସଂପର୍କରେ ସେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣି ନ ଥିଲେ. ଏହାପରେ ସେ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିବା ସେ କହିଛନ୍ତି. କୋର୍ଟରେ ଆୟୋଗ ଉପସ୍ଥାପନ କରିଥିବା ଖାତା ତାଙ୍କର ନୁହେଁ ବୋଲି ସେ କହିଛନ୍ତି.

କେବଳ ଓପିଏସସି ନୁହେଁ, ନ୍ୟାୟିକ ବ୍ୟବସ୍ଥା ଉପରକୁ ମଧ୍ୟ ସୁଦର୍ଶନ ଅଙ୍ଗୁଳି ଉଠାଇଛନ୍ତି. ଏବେ ନ୍ୟାୟ ପାଇବା ପାଇଁ ଓଡିଶା ଲୋକ ସେବା ଆୟୋଗ ସମ୍ମୁଖରେ ସେ ଆମରଣ ଅନଶନରେ ବସିଛନ୍ତି.

LEAVE A REPLY

Please enter your comment!
Please enter your name here