ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଜବତ ହୋଇଛି 10 ଲକ୍ଷ ଟଙ୍କା. ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟ ନିକଟରେ ଏକ କାରରୁ 10 ଲକ୍ଷ ଟଙ୍କା ଜବତ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ . ଏଥିରେ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି. ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନ ସମୟରେ ଏନ. ପଦ୍ମନାଭ ନାମକ ଜଣେ କପା ବ୍ୟବସାୟୀ 10 ଲକ୍ଷ ଟଙ୍କା ନେଇ ଯାଉଥିଲେ. ମାତ୍ର କୋତାପେଟା ନିକଟରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ଯାଞ୍ଚ ବେଳେ ଧରାପଡିଥିଲେ. ତେବେ କେଉଁ କାରଣ ପାଇଁ ପଦ୍ମନାଭ ଏତେ ଗୁଡାଏ ଟଙ୍କା ନେଇ ଯାଉଥିଲେ, ତାକୁ ନେଇ ଏବେ ପୋଲିସ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି. ଅନ୍ୟପଟେ ଏହି ଟଙ୍କା କପା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ତିନିଦିନ ତଳେ ଆଇଓବି ବ୍ୟାଙ୍କରୁ ଉଠାଯାଇଥିଲା ବୋଲି କହିଛନ୍ତି ପଦ୍ମନାଭ.

LEAVE A REPLY

Please enter your comment!
Please enter your name here