ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜୟପୁର ଗସ୍ତ କରିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିଲେ ମୋଦି । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିଥିଲେ । ଏହାପରେ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଥିଲେ ମୋଦି । ମୋଦୀ କହିଛନ୍ତି ଯେ, ୨୦୧୪ରେ ଯେତେବେଳେ ଓଡିଶା ଆସିଥିଲି ନିଷ୍ଠା ସହ ଆପଣଙ୍କ ସେବା କରିବି ବୋଲି କହିଥିଲି । ଜନତା ଯେଭଳି ଭାବେ ମୋତେ ସମର୍ଥନ କରିଛନ୍ତି, ଦିଗ ଦେଖାଇଛନ୍ତି, ବିରୋଧୀଙ୍କ ମୁକାବିଲା କରିଛନ୍ତି ଏଥିପାଇଁ ଆପଣଙ୍କ ନିକଟରେ ମୁଁ କୃତଜ୍ଞ । ସମସ୍ତେ ବିକାଶର ରାସ୍ତାରେ ଅଛନ୍ତି । ପିଲାଙ୍କୁ ପାଠ ପଢାଇଛନ୍ତି, ଯୁବକଙ୍କୁ ରୋଜଗାର, ବୃଦ୍ଧଙ୍କୁ ପେନସନ ମିଳିଛି । ଏଥିପାଇଁ ପ୍ରୟାସ ହୋଇଛି । ଗତ ୫ବର୍ଷରେ ବନ ଉତ୍ପାଦରେ ସମର୍ଥକ ମୁଲ୍ୟ ତିନିଥର ବୃଦ୍ଧି ପାଇଛି । ପୂର୍ବରୁ ମାତ୍ର ୧୦ଟି ବନଜାତ ଉପରେ ଏମଏସପି ମିଳୁଥିଲା । ଏବେ ଏହା ଶହେରେ ପହଁଞ୍ଚିଛି । ଓଡିଶାର ବିକାଶ ପାଇଁ ରାସ୍ତା, ରେଳ, ଗ୍ୟାସ ସମସ୍ତ ଉଦ୍ୟୋଗ ସହ ଜଡିତ କାମ ହୋଇଛି । ଓଡିଶା ମାଟିରୁ ଦେଶର ବୈଜ୍ଞାନିକଙ୍କୁ ସଫଳତା ମିଳିଛି । ଯେତେବେଳେ ବିରୋଧୀ ସେନା, ବୈଜ୍ଞାନିକଙ୍କୁ ନିଚା ଦେଖାଉଛନ୍ତି ଜନତା ସେମାନଙ୍କ ମୁହଁ ବନ୍ଦ କରିଛନ୍ତି । ପୂର୍ବରୁ ଓଡିଶା ଏପରି ଏକ ଐତିହାସିକ ଉପଲବ୍ଧିର ସାକ୍ଷୀ ରହିଛି ଯେ ସାରା ବିଶ୍ୱକୁ ଭାରତର ସାମର୍ଥ୍ୟ ସହ ପରିଚିତ କରିଛି । ଅନ୍ତରୀକ୍ଷରେ ଭାରତ ସଫଳ ହୋଇଛି । ଏହା ଭାରତର ଆତ୍ମବିଶ୍ୱାସ । ସାରା ଦେଶ ଏଥି ପାଇଁ ଗର୍ବ କରୁଛି । ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି । ଗୋଟିଏ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି କିନ୍ତୁ ବିରୋଧୀ ପ୍ରମାଣ ମାଗୁଛନ୍ତି । ଭୋଟ ଦେବା ପାଇଁ ଗଲାବେଳେ ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିବା ସରକାର ଦରକାର ନା ସେମାନଙ୍କୁ ଡରୁଥିବା ସରକାର, ନିଷ୍ପତି ନେଉଥିବା ସରକାର ଦରକାର ବୋଲି ମୋଦୀ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି କି, ଓଡିଶା ଏବଂ ଭାରତକୁ ମଜବୁତ କରୁଥିବା ସରକାର ଦରକାର । ୧୦ ପାଦ ଚାଲିବା ପାଇଁ ୧୦ ମିନିଟ ଲାଗୁଥିବା ସରକାର ଦରକାର ନାହିଁ । ବିଜେଡି ବିକାଶ ପାଇଁ ସମୟ ନେଇଛି । ଭରସା ଭାଙ୍ଗିଛି । ଏଥିପାଇଁ ଦଣ୍ଡ ମିଳିବା ଦରକାର । ରାଜ୍ୟ ସରକାର ହଟିବା ଦରକାର । ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଂଜିନ ଲଗାଉଥିବା ନିର୍ବାଚନ । ଏହା ୫ ବର୍ଷରେ ମଜବୁତ ଓଡିଶା ଗଠନରେ ସହାୟକ ହେବା ଓଡିଶା ଯୁବକ,କୃଷକ, ମହିଳା ଆଗକୁ ବଢିଲେ ରାଜ୍ୟରେ ମଜବୁତ ସରକାର ହେବ । ପୂର୍ବ ଭାରତ ମଜବୁତ ହେବ । ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି ହିଁ ରାଜ୍ୟର ବିକାଶ କରିପାରିବ । ଏହା ଆପଣଙ୍କ ଚୌକିଦାର କରିବ । ଥରଟେ ସୁଯୋଗ ଦେଇ ଦେଖାନ୍ତୁ । ଯେତେବେଳେ ଆମେ ଏବଂ ଆପଣ ମିଶି ସଜାଗ ରହିବୁ ସମସ୍ତ ଭ୍ରଷ୍ଟାଚାରୀ ଡରିବେ । ଏହି କାମ ପାଇଁ ମୋଦୀ ଆପଣଙ୍କ ସହ ରହିଛନ୍ତି । ବିଜେପିର ଡବଲ ଇଞ୍ଜିନ ଓଡିଶାକୁ ଆଗକୁ ନେବ ।

LEAVE A REPLY

Please enter your comment!
Please enter your name here