ବିଜେପିକୁ ଝଟକା । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଯାହା ଉପରେ ଆଶା ରଖିଥିଲା ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ସେ ବିଧିବଦ୍ଧଭାବରେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି । ଚଳିତ ନିର୍ବାଚନ ମଇଦାନରେ ବିଜେପି ଆନନ୍ଦପୁରରେ ଭାଗିରଥୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଆଜି ବିଜେଡ଼ିର ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି । ସୁଚନା ଅନୁସାରେ, ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ଟିକେଟ୍‌ ନ ପାଇବା କାରଣରୁ ସେ ଦଳ ଛାଡ଼ିଥିଲେ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here