ସାରସକଣାର ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଗଣତାନ୍ତ୍ରିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଥିବା ଦଳ ଅଭିଯୋଗ କରିଛି । ଏଯାଏଁ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରୁ ନାହାଁନ୍ତି । ଯାହାକୁ ନେଇ ଆଜି ଭୂଦାନ ମୁର୍ମୁ ବିଜେପି ଉପସଭାପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ଦେଇଛନ୍ତି । ଭୂଦାନଙ୍କ ଅଭିଯୋଗ ମୁତାବକ ସେ ଦୀର୍ଘ ୬ ମାସ ହେବ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଅକ୍ଟୋବର ୪, ୨୦୧୮ରେ ଇସ୍ତଫା ଦେଇଛନ୍ତି । ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇଛନ୍ତି । ଏହା ସହିତ ଗତ ଜାନୁୟାରୀ ୧୬ରେ ଭିଜିଲାନ୍ସ କ୍ଲିଅରାନ୍ସ ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ଏ ଯାଏଁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହୋଇଛି କି ନାହିଁ ଜାଣିପାରୁ ନାହାଁନ୍ତି । ବାରମ୍ବାର କହିବା ପରେ ମଧ୍ୟ ତାଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ । ସେପଟେ ତାଙ୍କୁ ବିଜେପି ସାରସକଣାର ପ୍ରାର୍ଥୀ ଘୋଷଣା କରିଛି । ନାମାଙ୍କନ ଦାଖଲ କରିବାକୁ ଆଉ ଅଳ୍ପ ଦିନ ବାକି ରହିଛି । ତେଣୁ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ବୋଲି କହିଛନ୍ତି । ଭୂଦାନଙ୍କ ଇସ୍ତଫା ପତ୍ରର ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ି ରହିଛି ବୋଲି ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ତେଣୁ ଆଜି ଉପସଭାପତି, ଲେଖାଶ୍ରୀ ସାମନ୍ତସିଂହାର ଓ ଭୂଦାନ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here