ହାତ ଛାଡି ପଦ୍ମ ଧରିଲେ ବିଭୁ ତରାଇ । ତିର୍ତ୍ତୋଲ ପାଇଁ ବିଭୁଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଭୁ । ଆଜି ବିଜେପି କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବୈଜୟନ୍ତ ପଣ୍ଡା ଓ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବିଭୁ ତରାଇ ।

ଗତକାଲି ବିଭୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ତିର୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ଜଗତସିଂପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ସେ ଦଳ ଛାଡିବା ସହ ପିସିସି ମୁଖିଆ ନିରଂଜନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ ।

ବିଭୁ ପ୍ରସାଦ କହିଥିଲେ ଯେ, କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି । ତେଣୁ ଦଳ ବିଜେଡିକୁ ସୁହାଇଲା ପରି ଅଧିକାଂଶ ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦେଇଛି। ଅହିଂସାରେ ବିଶ୍ଵାସ କରୁଥିବା କଂଗ୍ରେସ ଅପରାଧୀମାନଙ୍କୁ ପ୍ରାର୍ଥୀ କରିଛି। ଉଦାହରଣରେ ଅରବିନ୍ଦ ସର୍ଖେଲ ଓରଫ ବାପି ସର୍ଖେଲଙ୍କ ନାଁ ନେଇ ସେ କଂଗ୍ରେସ ଉପରେ ବର୍ଷିଥିଲେ। ସର୍ଖେଲ ନରହତ୍ୟା ଅପରାଧରେ ଜଡ଼ିତ ଜଣେ ଆସାମୀ । କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ପାରାଦୀପ ମୋର ଜନ୍ମମାଟି ହୋଇଥିବାରୁ ଏଭଳି ପ୍ରାର୍ଥୀକୁ ମୁଁ ଗ୍ରହଣ କରି ପାରୁନାହିଁ । ଏହା ମୋର ବିବେକକୁ ବହୁତ ବାଧା ଦେଇଛି । ତେଣୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ କହିଥିଲେ ।

LEAVE A REPLY

Please enter your comment!
Please enter your name here