ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ । ଏନେଇ ବଭିନ୍ନ ଅଞ୍ଚଳ ବୁଲି ନେତାମାନେ ନିଜର ପ୍ରଚାର କରିବା ସହ ପ୍ରତିଶ୍ରୁତି ମଧ୍ୟ ଦେଇଆସୁଛନ୍ତି । ଆପଣଙ୍କ ଅଞ୍ଚଳରେ ଆଉ କିଛି ଅସୁବିଧା ହେବ ନାହିଁ । ରାସ୍ତା ହୋଇଯିବ ,ମେଡିକାଲ ସୁବିଧା ଦିଆଯିବ , ଆପଣଙ୍କ ପିଲା ପାଠ ପଢିବ ଏମିତି କେତେ କଣ ପ୍ରତିଶ୍ରୁତି । ହେଲେ ଏମିତି ଅଞ୍ଚଳ ଅଛି ଯେଉଁଠି ସରକାରଙ୍କ ଆଖି ଏପର୍ଯ୍ୟନ୍ତ ପଡି ପାରିଲା ନାହିଁ । ୧୯ ବର୍ଷ ଧରି ବିଜେଡି ସରକାର ରହିଥିବାବେଳେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଜୟପାଟଣା ବ୍ଲକ ବାନେର ନେହେରୁ ପଡାର ଶତାଧିକ ଲୋକ । ଏହି ଅଞ୍ଚଳରେ ଏକ କୂଅ ଥିବାବେଳେ ତାହା ଅପରିଷ୍କାର ଅବସ୍ଥାରେ ପଡିଛି । ଗ୍ରାମରେ ଥିବା ଦୁଇଟି ନଳକୁପ ମଧ୍ୟ ଅଚଳ ହୋଇଛି । ଏହାକୁ ସଜାଡିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । କିନ୍ତୁ ପ୍ରଶାସନ ତରଫରୁ କୌଣସୀ କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ବାନେର ନେହେରୁ ପଡାର ଶତାଧିକ ମହିଳା । ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ ଶତାଧିକ ମହିଳା । ଫଳରେ ଜୟପାଟଣା-ଭବାନୀପାଟଣା ଗମନା ଗମନ ଠପ ହୋଇଯାଇଥିଲା । ପରେ ଘଟଣାସ୍ଥଳରେ ଜୟପାଟଣା ବିଡିଓ ଐଶ୍ୱର୍ଯ୍ୟ ସାମନ୍ତରାୟ ପହଁଞ୍ଚି ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଥିଲା ।

LEAVE A REPLY

Please enter your comment!
Please enter your name here